Report Card Odisha

| Daily Odia News

ପୁରୀରେ ମୋଦିଙ୍କ ମେଗା ରୋଡ୍ ସୋ’’……

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ରହିଛନ୍ତି । ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ପୁରୀରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବତରଣ କରିଛନ୍ତି। ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ | ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ମୋଦି ଆଲୋଚନା କରିଥିଲେ। ନିର୍ବାଚନ ପରିଚାଳନାର ସମୀକ୍ଷା ସହ, କିଏ କେଉଁ ଦାୟିତ୍ୱରେ ଅଛି, କାର୍ଯ୍ୟକ୍ରମ କେମିତି ଚାଲିଛି ଏନେଇ ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି। ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ଏସବୁର ସମୀକ୍ଷା କରିଥିଲେି ମୋଦି। ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ପ୍ରଧାନମନ୍ତ୍ରୀ ।

Breaking News