ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍ କରିଛନ୍ତି। ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି ବନ୍ଦନ ବିଲ୍ ବିଷୟରେ କହିଛନ୍ତି ଯେ, ବିରୋଧୀ ଦଳ ବାଧ୍ୟତାମୂଳକ ଭାବେ ଏହି ବିଲ୍ ପାରିତ କରିଛନ୍ତି। ଯେଉଁ ଦଳ ଆଜି ବିରୋଧୀ ମେଣ୍ଟର ଅଂଶ, ସେମାନେ ୩୦ ବର୍ଷ ହେଲା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରିଆସୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ଏହି ଦଳ କେବଳ ଗୋଟିଏ ପରିବାର ପାଇଁ କାମ କରେ। ନକାରାତ୍ମକତା ବିସ୍ତାର କରିବା ସହ ପ୍ରତ୍ୟେକ ପ୍ରକଳ୍ପକୁ ବିରୋଧ କରେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋଧୀ ଦଳର ଅହଂକାରୀ ମେଣ୍ଟ ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରିଛି। ସେମାନଙ୍କ ସହଯୋଗୀ ଦଳର ଅନେକ ଲୋକ ଗତ ୩୦ ବର୍ଷ ଧରି ଏହି ବିଲ୍କୁ ବିରୋଧ କରୁଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହି ଲୋକମାନେ ନର୍ଭସ, ସେମାନେ ଏକ ନୂତନ ଖେଳ ଖେଳିବେ ଏବଂ ମହିଳାଙ୍କ ଶକ୍ତି ବାଣ୍ଟିବାକୁ ଚେଷ୍ଟା କରିବେ। ଏହି ଲୋକମାନେ ବିଭାଜନ କରିବାକୁ ଚେଷ୍ଟା କରିବେ, ଆପଣମାନଙ୍କୁ ଏକଜୁଟ୍ ରହିବାକୁ ପଡିବ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..