Report Card Odisha

| Daily Odia News

କ୍ୱାଡ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ଓ ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି | ଆଜି କ୍ବାର୍ଡ’ ଦେଶମାନଙ୍କର ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‍ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ୨୦୨୧ ସେପ୍ଟେମ୍ବର ମାସରେ ୱାଶିଂଟନ୍‍ ଡିସିରେ ଅନୁଷ୍ଠିତ ଶିଖର ବୈଠକ ପରେ ଏହି ନେତାମାନଙ୍କୁ ପୁନର୍ବାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏହା ସୁଯୋଗ ପ୍ରଦାନ କରିବ । ବିଶେଷକରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଏହି ନେତାମାନେ ମତ ବିନିମୟ କରିବା ସହ ଏହାର ସମୀକ୍ଷା କରିବେ । ଏହି ଅବସରରେ ‘କ୍ବାର୍ଡ’ ନେତାମାନେ ସ୍ଥିର କରିଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ନେଇ ମଧ୍ୟ ସମୀକ୍ଷା କରିବେ। ୟୁକ୍ରେନ ଓ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ବୈଠକକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି।

Breaking News