Report Card Odisha

| Daily Odia News

୨୧ ରେ କ୍ୱାଡ ଶିଖର ସମ୍ମିଳନୀ, ଯୋଗ ଦେବେ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତମାସ ଶେଷରେ ଆମେରିକାରେ ହେବାକୁ ଥିବା କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମ୍ମିଳନୀରେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ନେତାମାନେ ବି ଯୋଗ ଦେବେ। ୱିଲମିଙ୍ଗଟନରେ ହେବାକୁ ଥିବା ବୈଠକ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଯାଉଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନା ପ୍ରଧାନମନ୍ତ୍ରୀ ଫୁମିଓ କିସିଦ‌ା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍‌ ଯୋଗ ଦେବେ। ଉଭୟ ଜୋ ବାଇଡେନ୍‌ ଓ ଫୁମିଓ କିସିଦ‌ାଙ୍କ ପାଇଁ ଏହା ହେବ ଶେଷ ଶିଖର ସମ୍ମିଳନୀ। କ୍ୱାଡ ଶିଖର ସମ୍ମିଳନୀ ଆଗାମୀ ବର୍ଷ ଅର୍ଥାତ ୨୦୨୫ରେ ଆମ ଦେଶ ଭାରତରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଜାତିସଂଘର ସାଧାରଣ ବୈଠକରେ ଯୋଗ ଦେବାକୁ ଆମେରିକା ଯାଉଥିବା ବେଳେ କ୍ବାଡ୍‌ ସମ୍ମିଳନୀରେ ସାମିଲ୍‌ ହେବେ। ତେବେ ଏହି ଉଚ୍ଚ ସ୍ତରୀୟ ବୈଠକ କେଉଁ ତାରିଖରେ ଓ କେଉଁଠାରେ ହେବ ତାହା ଏବେ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଚଳତଥର ସମ୍ମିଳନୀ ନ୍ୟୁୟର୍କ ପରିବର୍ତ୍ତେ ୱିଲମିଙ୍ଗଟନରେ ହେବ ବୋଲି ସହଯୋଗୀଙ୍କ ମଧ୍ୟରେ ବିଚାର ବିମର୍ଷ ହେବା ପରେ ଯାଇ ନିଷ୍ପତ୍ତି ହୋଇଥିଲା।

Breaking News