ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉ ହେଉ ଦଳ ମାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ସଂକଳ୍ପ | ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ | ଏହା ପୂର୍ବରୁ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ କରିବେ ବୋଲି ଜଣାପଡ଼ିଛି। ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରଥମ ରାଲି କରିବେ ବୋଲି ସୂଚନା ମିଳୁଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଭାବନଗର, ସୁରେନ୍ଦ୍ରନଗର ଏବଂ ବଲସାଡ ଯିବେ, ସେ ଏଠାରେ ହେବାକୁ ଥିବା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଗୁଜରାଟରେ ଆମେ ଜିତିବୁ ବୋଲି ଘୋଷଣା କରିସାରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ତେବେ ନିର୍ବାଚନ ପରେ କ୍ଷମତା କାହା ହାତକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……