Report Card Odisha

| Daily Odia News

ୟୁପି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି। ସେଠାରେବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେର ଶୁଭ ଉଦ୍‍ଘାଟନ କରିବେ । ଉତ୍ତରପ୍ରଦେଶର ଜଲାଉଁ ଜିଲ୍ଲାର କାଇଥେରୀଠାରେ ଆଜି ଏହି ଏକ୍ସପ୍ରେସ୍‍ ୱେକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ । ୨୦୨୦ ମସିହା ଫେବୃୟାରୀ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୯୬ କିଲୋମିଟର ଦୈର୍ଘ୍ୟର ୪ ଲେନ୍‍ ବିଶିଷ୍ଟ ଏହି ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ୧୪ ହଜାର ୮୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ୬ ଲେନ୍‍ ବିଶିଷ୍ଟ କରାଯିବ। ଏହି ଏକ୍ସପ୍ରେସ୍‍ ୱେ ୭ଟି ଜିଲ୍ଲାକୁ ସଂଯୋଗ କରୁଛି । ଏହି ଏକ୍ସପ୍ରେସ୍‍ ୱେରେ ୪ଟି ରେଳ ବ୍ରିଜ୍‍, ୧୮ଟି ବଡ଼ ସେତୁ ଏବଂ ୨୮୬ଟି ଛୋଟ ପୋଲ ରହିଛି । ପ୍ରତ୍ୟେକ ୫୦୦ ମିଟର ବ୍ୟବଧାନରେ ଏଥିରେ ବର୍ଷାଜଳ ଅମଳ ବ୍ୟବସ୍ଥା ରହିଛି । ୨୮ ମାସର ରେକର୍ଡ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ସମୟର ୮ ମାସ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ଏହି ଏକ୍ସପ୍ରେସ୍‍ ୱେ ସେଠାରେ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହିତ ଆର୍ଥିକ ବିକାଶ ଦିଗରେ ସହାୟକ ହେବ ।

Breaking News