ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଦ୍ୱାରକାରେ ଉଦଘାଟନ କରିଛନ୍ତି ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ବା ଯଶଭୂମି । ‘ୟଶୋଭୂମି’ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ ହୋଇପାରି ।ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ଏହି କେନ୍ଦ୍ରରେ ମିଟିଂ, ସମ୍ମିଳନୀ, ପ୍ରଦର୍ଶନୀ ବହୁ ବଡ ବଡ କାର୍ଯ୍ୟକ୍ରମର ସୁବିଧା ସ୍ଥାନ ପାଇବ । ପାଖାପାଖି ୫ ହଜାର ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି । ୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ଅଡିଟୋରିୟମ, ଏକ ଗ୍ରାଣ୍ଡ ବଲ ରୁମ ସମେତ ୧୫ଟି କନଭେନସନ ରୁମ୍ ଏବଂ ୧୩ଟି ମିଟିଂ ରୁମର ବ୍ୟବସ୍ଥା ରହିଛି । କନଭେନସନ୍ ସେଣ୍ଟରରେ ଥିବା ପୂର୍ଣ୍ଣାଙ୍ଗ ହଲକୁ ପ୍ରାୟ ୬ ହଜାର ଅତିଥି ବସିବା କ୍ଷମତା ବିଶିଷ୍ଟ କରାଯାଇଛି ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..