Report Card Odisha

| Daily Odia News

କେ.କେ ପଟେଲ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭୁଜରେ ଥିବା କେ. କେ ପଟେଲ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଉଦ୍ଘାଟନ କରିବେ | ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭୁଜର ଶ୍ରୀ କୁଚି ଲେଭା ପଟେଲ ସମାଜ ଦ୍ୱାରା ଏହି ଡାକ୍ତରଖାନା ର୍ନିମାଣ କରାଯାଇଛି । କଚ୍ଛରେ ଏହା ହେଉଛି ପ୍ରଥମ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ୍। ଏହା ଇଣ୍ଟରଭେନସନାଲ କାର୍ଡିଓଲୋଜି (କ୍ୟାଥଲାବ), କାର୍ଡିଓଥୋରାସିକ୍ ସର୍ଜରୀ, ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁକ୍ଲିୟର ମେଡିସିନ୍‌, ନ୍ୟୁରୋ ସର୍ଜରୀ, ଗଣ୍ଠି ପ୍ରତିସ୍ଥାପନ ଏବଂ ଅନ୍ୟାନ୍ୟ ସହାୟକ ସେବା ଯଥା ଲାବୋରେଟୋରୀ, ରେଡିଓଲୋଜି ଇତ୍ୟାଦି ସୁପର ସ୍ପେସିଆଲିଟି ସେବା ଯୋଗାଏ । ମେଡିକାଲ୍ ସୁପର ସ୍ପେସିଆଲିଟି ସେବାଗୁଡିକ ସୁଲଭ ମୂଲ୍ୟରେ ସ୍ଥାନୀୟ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେବ ।

 

Breaking News