Report Card Odisha

| Daily Odia News

୫୦୮ ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଗଷ୍ଟ ୬ତାରିଖ ରବିବାର ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଶିଳାନ୍ୟାସ କରିବେ । ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି। ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଉଛି । ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ। ସହରର ଉଭୟ ପାର୍ଶ୍ବର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି। ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି । ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର-ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍‍ ହୋଇଥିବା ସଙ୍କେତ ନିଶ୍ଚିତ କରିବ । ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ ।

Breaking News