ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅପରାହ୍ଣ ୪ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ଦେବେ | ଏନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି: ଆଜି ସନ୍ଧ୍ୟା ପ୍ରାୟ ୪ଟା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରିବେ। ମଣିପୁର ହିଂସାକାଣ୍ଡ ବିଷୟରେ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ ସମର୍ଥନରେ ଏନ୍ଡିଏ ସରକାରଙ୍କ ବିରୋଧରେ କଂଗ୍ରେସ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହେଉଛି ବିତର୍କର ଅନ୍ତିମ ଦିବସ। ଗତ ଦୁଇ ଦିନର ବିତର୍କରେ ସରକାର ଓ ବିରୋଧୀ ଦଳର ବହୁ ବିଶିଷ୍ଟ ନେତା ମଣିପୁର ହିଂସାକାଣ୍ଡ ସମେତ ଅନେକ ବିଷୟରେ ଆଲୋଚନା କରିସାରିଛନ୍ତି |






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….