Report Card Odisha

| Daily Odia News

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜି -୨୦ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭାରତୀୟ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି| ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହି ପରିଦର୍ଶନ ବିଶ୍ୱକୁ ଏକ ବାର୍ତ୍ତା ପଠାଇବ ଯେ, ଭାରତ ନିଜର ଅଞ୍ଚଳ ଏବଂ ଏସିଆନ କେନ୍ଦ୍ରୀୟତାକୁ କେତେ ଗୁରୁତ୍ୱ ଦେଉଛି। ଭାରତୀୟ ରାଷ୍ଟ୍ରଦୂତ ଜୟନ୍ତ ଖୋବ୍ରାଗଡେ ମଙ୍ଗଳବାର କହିଛନ୍ତି, ଜି -୨୦ଶିଖର ସମ୍ମିଳନୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। ଏହା ପ୍ରମାଣିତ କରୁଛି ଯେ ଭାରତ ଏହି କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛି। ସେ କହିଛନ୍ତି, ୯୦ ଦଶକରେ ଆମର ଲୁକ ଇଷ୍ଟ ନୀତି ଥିଲା। ତା’ପରେ ୨୦୧୪ରେ, ପିଏମ ମୋଦି ଆମକୁ ଆକ୍ଟ ଇଷ୍ଟ ନୀତି ପ୍ରଦାନ କରିଥିଲେ, ଯାହା ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ପରିଣତ ହୋଇଥିଲା। ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ଜି -୨୦ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

Breaking News