ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୫ ତାରିଖରେ ଉତ୍ତରାଖଣ୍ଡର କେଦାରନାଥ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କେଦାରନାଥ ଦର୍ଶନ କରିବା ସହିତ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଉଦ୍ଘାଟନର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ପୁନର୍ଗଠନ ପ୍ରକଳ୍ପ ରହିଛି । ଏଥିସହ ସେ ୧୫୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ । ନଭେମ୍ବର ୫ ତାରିଖରୁ କେଦାରନାଥ ଧାମ କବାଟ ବନ୍ଦ କରାଯିବାକୁ ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯିବ। ୨୦୧୩ ରେ ହୋଇଥିବା ଭୀଷଣ ଜଳ ପ୍ରଳୟ ପରେ କେଦାରନାଥ ଧାମ କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରେ ତାକୁ ପୁନଃନିର୍ମାଣ କାର୍ଯ କରାଯାଇଛି। ଏହି ପୁନଃନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ତଦାରଖ ଓ ନିର୍ଦ୍ଦେଶରେ ହୋଇଛି। ଆଗକୁ ମଧ୍ୟ ସେ ଲଗାତାର ତଦାରଖ କରିବେ ବୋଲି କହିଛନ୍ତି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….