Report Card Odisha

| Daily Odia News

ଜିଲ୍ଲାପାଳଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ମାନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଲୋକମାନଙ୍କ ନିକଟରେ କିପରି ସରକାରୀ ଯୋଜନା ପହଞ୍ଚୁଛି ତାହା ସମୀକ୍ଷା କରିବେ । ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଯୋଜନାର ସ୍ଥିତି କିପରି ରହିଛି ତାହା ଜିଲ୍ଲାପାଳଙ୍କ ନିକଟରୁ ଜାଣିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ସରକାରୀ ଯୋଜନା ହୋଇଛି । ତାହା ଲୋକଙ୍କୁ କେତେ ଲାଭ ଦେଉଛି ପ୍ରଧାନମନ୍ତ୍ରୀ ଜାଣିବେ ବୋଲି ଜଣାପଡ଼ିଛି ।

Breaking News