ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁନ୍ ୧ ତାରିଖ ଦେଶରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବି | ଏଥିପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି। ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ର ପୁଲିସକର୍ମୀ ଜଗିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ। ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……