ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳର ୱାୟନାଡରେ ଭୁସ୍ଖଳନ ତାଣ୍ଡବ ରଚିଛି | ଆଜି ୱାୟନାଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ। ସେହିପରି ରିଲିଫ୍ କ୍ୟାମ୍ପ୍ ଏବଂ ହସ୍ପିଟାଲରେ ଥିବା ଆହତ ଏବଂ ମୃତକଙ୍କ ପରିବାରକୁ ମଧ୍ୟ ମୋଦି ଭେଟିବେ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୪ ଶହ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଓଡ଼ିଶାରୁ ଯାଇଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ଏଯାଏଁ ପତ୍ତା ମିଳିନି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….