ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍କଟ ରୋଗରେ ଆକ୍ରାନ୍ତ ବ୍ରିଟେନର ରାଜା ଚାର୍ଲ୍ସ-୩। ତାଙ୍କର ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଏକ୍ସ ପୋଷ୍ଟ୍ କରିଛନ୍ତି। ମୋଦୀ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି। ‘‘ଭାରତବାସୀଙ୍କ ପକ୍ଷରୁ ମୁଁ ରାଜା ଚାର୍ଲ୍ସ-୩ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’’ ବକିଙ୍ଗହମ୍ ପ୍ୟାଲେସ୍ ସୋମବାର ଏକ ବିବୃତ୍ତିରେ କହିଛି ଯେ ୭୫ ବର୍ଷୀୟ ରାଜା କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଲଣ୍ଡନର ଏକ କ୍ଲିନିକରେ ୧ ମାସ ତଳେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ରୋଗ ବିଷୟରେ ଜାନୁଆରି ୧୭ ତାରିଖରେ ଜଣାପଡ଼ିଛି। ସେ ତାଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ସକାରାତ୍ମକ ରହିଛନ୍ତି ଏବଂ ଯଥାଶୀଘ୍ର ନିଜ କର୍ତ୍ତବ୍ୟ ପୂରା କରିବାକୁ ଫେରିବାକୁ ଅପେକ୍ଷା କରିଛନ୍ତି ବୋଲି ଏଥିରେ କୁହାଯାଇଛି।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..