ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କରିଛନ୍ତି। ମୋଦି ଭାଷଣ ଦେବା ବେଳେ ଶ୍ରୀ ଚୌଧୁରୀ ମଝିରେ ମଝିରେ ଏହାକୁ ବିରୋଧ କରୁଥିଲେ। ସ୍ମିତ ହାସ୍ୟ ଦେଇ ମୋଦି କହିଛନ୍ତି ୨୦୧୮ ଅନାସ୍ଥା ପ୍ରସ୍ତାବରେ ଅଧୀର ରଞ୍ଜନ ଗର୍ଜୁଥିଲେ। ଏଥର କାହିଁକି ଅଧୀର ଭାଇ ଚୁପ୍ ବସିଛନ୍ତି | କାହିଁକି କଂଗ୍ରେସ ତାଙ୍କୁ ସୁଯୋଗ ଦେଲାନି | ସେ ଚୁପ୍ ଚାପ୍ ବସିଛନ୍ତି। କିଛି କହୁନାହାନ୍ତି ଅଧୀର ବାବୁ। ବୋଧେ କୋଲକାତାରୁ କିଛି ଫୋନ୍ ଆସିଥିବ। ଅଧୀର ବାବୁଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ। ଗତକାଲି ଅମିତ ଭାଇ ମଧ୍ୟ ଅଧୀର ଭାଇଙ୍କ ସମ୍ପର୍କରେ କହିଥିଲେ। ଏହା ଶୁଣି ଗୃହରେ ଉପସ୍ଥିତ ସବୁ ସାଂସଦ ହସିଥିଲେ। ବିରୋଧୀଙ୍କୁ କଟାକ୍ଷ କରି ସେ କହିଛନ୍ତି, “ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା। କିନ୍ତୁ ଛକା ଓ ଚୌକା ଏପଟୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ। ଏଠୁ ସେଞ୍ଚୁରୀ ହେଇଚାଲିଛି। ବିପକ୍ଷଙ୍କୁ ମୁଁ ଏତିକି କହିବେ ଯେ ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି |






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….