Report Card Odisha

| Daily Odia News

ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌‌ ପାରିତ ହୋଇଥିବାରୁ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌‌ବୋଧନ ଦେଇ କହିଛନ୍ତି,ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଶ ଅପେକ୍ଷା କରିଥିବା ପ୍ରତିଶ୍ରୁତି ସେ ପୂରଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଆଜି ଭାରତର ପ୍ରତ୍ୟେକ ମାଆ,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦିନ ଇତିହାସ ସୃଷ୍ଟି କରାଯାଇଥିବା ଆମେ ଦେଖିଲୋ ଭାରତର ନାଗରିକ ମାନେ ଇତିହାସ ସୃଷ୍ଟି କରିବାକୁ ସୁଯୋଗ ଦେଇଥିବାରୁ ଆମେ ଭାଗ୍ୟବାନ୍‌‌। ଆଗାମୀ ପିଢିମାନେ ଏହି ନିଷ୍ପତ୍ତିକୁ ମନେ ରଖିବେ। ଏହି ନିଷ୍ପତ୍ତି ପ୍ରତ୍ୟେକ ମହିଳାଙ୍କ ଆତ୍ମବିଶ୍ୱାସ ଖୁବ୍‌‌ ଉଚ୍ଚରେ ପହଞ୍ଚିଛି। ବେଳେବେଳେ ଏକ ନିଷ୍ପତ୍ତି ଦେଶର ଭାଗ୍ୟ ବଦଳାଇବାର କ୍ଷମତା ରଖିଥାଏ। ଆମେ ଏପରି ନିଷ୍ପତ୍ତିର ସାକ୍ଷୀ ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା

Breaking News