Report Card Odisha

| Daily Odia News

ମମତା ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦିଦିଙ୍କୁ ଶୁଭେଚ୍ଛା ।’ ରାଜ୍ୟପାଳ ଜଗଦୀପ ଧନଖଡ ରାଜଭବନରେ ଆୟୋଜିତ ସାଧାରଣ ସମାରୋହରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସମାରୋହରେ ପାର୍ଥ ଚାଟାର୍ଜୀ, ସୁବ୍ରତ ମୁଖାର୍ଜୀ, ପ୍ରଶାନ୍ତ କିଶୋର, ଅଭିଷେକ ବାନାର୍ଜୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥତା ଥିଲେ । ଶପଥ ନେବାପରେ ମମତା କହିଥିଲେ ଯେ କୋଭିଡ ସ୍ଥିତିର ମୁକାବିଲା ତାଙ୍କର ପ୍ରଥମ ଉଦ୍ଦେଶ୍ୟ । ଶପଥ ନେବାପରେ ମମତା ରାଜନୈତିକ ଦଳମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ ବଙ୍ଗଳାକୁ ହିଂସା ପସନ୍ଦ ନୁହେଁ । ସେ ବ୍ୟକ୍ତିଗତ ଭାବେ ଆଇନ ବ୍ୟବସ୍ଥା ପ୍ରସଙ୍ଗ ତଦାରଖ କରିବେ ଓ ରାଜ୍ୟରେ ଶାନ୍ତି ବଜାୟ ରଖିବାଉ ଚେଷ୍ଟା କରିବେ । କୌଣସି ଦଳର ନେତା ଓ କର୍ମୀ ହିଂସା ସୃଷ୍ଟି କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମମତା କହିଥିଲେ ଯେ ସେ ଶାନ୍ତି ସପକ୍ଷରେ ଅଛନ୍ତି ଓ ସର୍ବଦା ରହିବେ।

Breaking News