Report Card Odisha

| Daily Odia News

ମିରଟ୍‌ର ଔଘଡ଼ନାଥ ମନ୍ଦିରରେ ପୂଜା କରି ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ମିରଟରେ ଥିବା ଔଘଡ଼ନାଥ ମନ୍ଦିରରେ ପୂଜାଅର୍ଚନା କରିଛନ୍ତି। ଏହି ସମୟରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାଛଡ଼ା, ପ୍ରଧାନମନ୍ତ୍ରୀ ସହିଦ ସ୍ମାରକ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତା’ପରେ ପ୍ରଧାନମନ୍ତ୍ରୀ ମିରଟ୍‌ସ୍ଥିତ ସହିଦ ସ୍ମାରକରେ ଥିବା ‘ସରକାରୀ ସ୍ବାଧୀନତା ସଂଗ୍ରାମ ଯାଦୁଘର’ ମଧ୍ୟ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିରଟ୍‌ରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତି ଅନୁସାରେ, ମିରଟ୍‌ରେ ଥିବା ସରଧନା ନଗରୀ ଅନ୍ତର୍ଗତ ସାଲାୱା ଓ କୈଲି ଗ୍ରାମରେ ଉପରୋକ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ। ସେଥିପାଇଁ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Breaking News