ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜନ୍ମ ଜୟନ୍ତୀରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେ ପକାଉଛି ସାରା ଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ପାଖରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାଇ ଲୌହ ମାନବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ସେଠାରେ ଭବ୍ୟ ପରେଡର ଆୟୋଜିତ ହୋଇଛି। ସ୍ଵାଧୀନତା ସମୟରେ ବିନା ରକ୍ତପାତରେ ଭାରତର ରାଜ୍ୟ ମାନଙ୍କୁ ଏକାଠି କରିବାରେ ପଟେଲଙ୍କ ଅବଦାନ ଥିଲା ଅତୁଳନୀୟ। ସେଥିପାଇଁ ତାଙ୍କୁ ଲୌହ ମାନବ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ପଟେଲ ଜୟନ୍ତୀକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛି। ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି , ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..