ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତିବର୍ଷ ୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ । ଏନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସାରା ଦେଶବାସୀଙ୍କୁ ପାଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଟ୍ୱିଟ କରି ମୋଦି କହିଛନ୍ତି ଯେ ଏହି ଦିନ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଆମ ଭଉଣୀ ଏବଂ ଭାଇଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ତାଙ୍କ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟରେ ‘ବିଭାଜନ ବିଭିଷୀକା ସ୍ମୃତି ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଲେଖିଛନ୍ତି, ‘ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିପାରିବ ନାହିଁ । ସୂଚନା ଥାଉକି, ଅଗଷ୍ଟ ୧୪ ତାରିଖ ଦେଶର ଇତିହାସରେ ଲୁହରେ ଲେଖାଯାଇଛି । ଏହି ଦିନ ଥିଲା ଯେତେବେଳେ ଦେଶ ବିଭାଜିତ ହୋଇଥିଲା ଏବଂ ୧୪ ଅଗଷ୍ଟ ୧୯୪୭ ରେ ପାକିସ୍ତାନ ଏବଂ ୧୫ ଅଗଷ୍ଟ ୧୯୪୭ ରେ ଭାରତକୁ ପୃଥକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା । ଏହି ବିଭାଜନରେ କେବଳ ଭାରତୀୟ ଉପ-ମହାଦେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇ ନାହିଁ । ବରଂ ବଙ୍ଗଳା ମଧ୍ୟ ବିଭାଜିତ ହୋଇଥିଲା ଏବଂ ବଙ୍ଗଳାର ପୂର୍ବ ଭାଗ ଭାରତଠାରୁ ଅଲଗା ହୋଇ ପୂର୍ବ ପାକିସ୍ଥାନ ଗଠନ କରିଥିଲା । ଯାହା ୧୯୭୧ ଯୁଦ୍ଧ ପରେ ବାଂଲାଦେଶରେ ପରିଣତ ହୋଇଥିଲା
Discussion about this post