Report Card Odisha

| Daily Odia News

ଗୁଜରାଟରେ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ ଉଦଘାଟ କଲେ ଭାରତ ଓ ସ୍ପେନ୍ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ସ୍ପେନ୍ ଏୟାରବେସର ସହଯୋଗରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟ ଉଦଘାଟିତ ହୋଇଛି। ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଆଜି ଏହି ଏୟାରକ୍ରାଫ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଭଦୋଦରାରେ ଥିବା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯବି। ୨୦୨୬ ସୁଦ୍ଧା ଏଠାରେ 40ଟି C-295 ବିମାନ ଉତ୍ପାଦନ କରାଯିବାକୁ ଲକ୍ଷା ରଖାଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାକୁ ଦୃଢ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଜି ଭଦୋଦରାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, “ବିମାନ ଉତ୍ପାଦନ କ୍ଷମତା ଭାରତ-ସ୍ପେନ ସମ୍ପର୍କକୁ ମଜବୁତ କରିବ। ଆଜିଠାରୁ ଆମେ ଭାରତ ଏବଂ ସ୍ପେନର ସହଭାଗିତାକୁ ଏକ ନୂତନ ଦିଗ ଦେଉଛୁ। C-295 ବିମାନର ଉତ୍ପାଦନ କାରଖାନା ଉଦଘାଟନ ହୋଇଛି। ଏହି କାରଖାନା ଭାରତ-ସ୍ପେନ୍ ସମ୍ପର୍କକୁ ମଜବୁତ କରିବା ସହ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ମିଶନକୁ ସହଯୋଗ କରିବ।” ସେହିପରି ସଞ୍ଚେଜ କହିଛନ୍ତି, “ଏହି ବିମାନ ସ୍ପେନ ଏବଂ ୟୁରୋପୀୟ ଏରୋନେଟିକାଲ ଇଣ୍ଡଷ୍ଟ୍ରିର ପ୍ରତୀକ। ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆଧୁନିକୀକରଣ କରିବାରେ ସହଯୋଗ କରିବା ସହିତ ବୈଷୟିକ କ୍ଷେତ୍ରର ବିକାଶ ମଧ୍ୟ କରିବ। ବିଶେଷ କରି ଗୁଜରାଟ ବାସିନ୍ଦାଙ୍କ ପାଇଁ ଏହା ଲାଭବାନ ହେବ। ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଚାକିରି ସୃଷ୍ଟି ହେବ । ନୂତନ ପିଢିର ଉଚ୍ଚମାନର ଇଞ୍ଜିନିୟର୍ ଏବଂ ଟେକ୍ନିସିଆନମାନେ ମଧ୍ୟ ତାଲିମ ନେବାର ସୁଯୋଗ ପାଇବେ।” ଏହି ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ ପୂର୍ବରୁ ଦୁଇ ରାଷ୍ଟ୍ରର ନେତା ଭଦୋଦରାରେ ରୋଡ୍ ଶୋ କରିଥିଲେ। ଏକ ଖୋଲା ଜିପରେ ଗୁଜରାଟ ବିମାନବନ୍ଦରରୁ ଟାଟା ଆଡଭାନ୍ସ ସିଷ୍ଟମ୍ ଲିମିଟେଡ୍ (TASL) କ୍ୟାମ୍ପସ୍ ପର୍ଯ୍ୟନ୍ତ ରୋଡ୍ ଶୋ କରି ଜନତାଙ୍କୁ ଅଭିବାଦନ ଜଣାଇଥିଲେ। ସ୍ପେନ ଫେରିବା ପୂର୍ବରୁ ସଞ୍ଚେଜ ଆସନ୍ତାକାଲି ମୁମ୍ବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଉଭୟ ଐତିହାସିକ ଲକ୍ଷ୍ମୀ ବିଳାସ ପ୍ୟାଲେସ ପରିଦର୍ଶନ କରିବେ। ଏଠାରେ ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ।

Breaking News