Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ବର୍ଷ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଏହାଦ୍ୱାରା ୮୧ କୋଟି ଲୋକେ ଉପକୃତ ହେବେ। ଏନେଇ କ୍ୟାବିନେଟ୍‌‌ରେ ନିଷ୍ପତ୍ତି ହୋଇଥିବା ନେଇ ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ପ୍ରାୟ ୧୧.୮୦ ଲକ୍ଷ କୋଟି ଖର୍ଚ୍ଚ ହେବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ,ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ୧ ଜାନୁୟାରୀ ୨୦୨୪ ରୁ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କୋଭିଡ୍ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହା ମୋଦୀ ସରକାରଙ୍କ ଏକ ବଡ ସଫଳତା । ଅନୁରାଗ ଠାକୁର ସୂଚନା ଦେଇଛନ୍ତି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଏହି ଯୋଜନାକୁ ଅନୁମୋଦନ କରିଛି। କୃଷି ପାଇଁ କୃଷକଙ୍କୁ ଭଡା ସୂତ୍ରରେ ସେବା ଯୋଗାଇବା ପାଇଁ ୨୦୨୩-୨୪ ରୁ ୨୦୨୫-୨୦୨୬ ମଧ୍ୟରେ ୧୫,୦୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

Breaking News