Report Card Odisha

| Daily Odia News

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍‌ ସୋ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକର ବେଙ୍ଗାଲୁରୁରେ ୩ଘଣ୍ଟିଆ ବିଶାଳ ରୋଡ୍‌ ସୋ’ ପରେ ଆଜି ଗୋଟାଏ ଭିନ୍ନ ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପେକ୍ଷାକୃତ ଛୋଟ ରୋଡ୍‌ ସୋ’ରେ ବାହାରିଛନ୍ତି। ୮ଘଣ୍ଟିଆ ବିଶାଳ ରୋଡ୍‌ ସୋ’ ହେବ ବ‌ୋଲି ପୂର୍ବରୁ ଯୋଜନା କରାଯାଇଥିଲା। କିନ୍ତୁ, ‘ନିଟ୍’ ଏବଂ ଜନସାଧାରଣଙ୍କ ଅସୁବିଧା ପ୍ରତି ଧ୍ୟାନ ଦେଇ ଏହି ରୋଡ୍‌ସୋକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଶନିବାର ଦିନ ୨୬ କିଲୋମିଟର୍‌ ରୋଡ୍‌ ସୋ’ କରାଯାଇଥିବା ବେଳେ ଆଜି ୧୦ କିଲୋମିଟର୍‌ ରୋଡ୍‌ ସୋ’ ଆୟୋଜନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁସ୍ଥିତ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ନିକଟ ନିୟୁ ଟିପ୍ପାସାନ୍ଦ୍ରା ରୋଡ୍‌ରୁ ଆରମ୍ଭ କରିଥିବା ଆଜିର ୧୦ କିଲୋମିଟର୍‌ବିଶିଷ୍ଟ ରୋଡ୍‌ ସୋ’ ଟ୍ରିନିଟି ସର୍କଲ୍‌ରେ ଶେଷ ହେବ। ବେଙ୍ଗାଲୁରୁର ପ୍ରତିଷ୍ଠାତା କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ପ୍ରଧାନମନ୍ତ୍ରୀ ଏକ ବିଶେଷଧରଣର ଗାଡ଼ିରେ ବସି ରୋଡ୍‌ ସୋ’ ଆରମ୍ଭ କରିଛନ୍ତି। ଗାଡ଼ିରେ ତାଙ୍କ ସହିତ ଅଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ରାଜୀବ ଚନ୍ଦ୍ରଶେଖର ଓ କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପି. ସି. ମୋହନ। ସେହିପରି, ଆଜି ସକାଳେ କର୍ଣ୍ଣାଟକର ଦକ୍ଷିଣ ବେଲଗାବିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରୋଡ୍‌ ସୋ’ ଆରମ୍ଭ କରିଛନ୍ତି। ୪ କିଲୋମିଟର୍‌ବିଶିଷ୍ଟ ଏହି ରୋଡ୍‌ ସୋ’ ବେଳଗାବିର ବଡ଼ଗାଓଁ ଏକ୍‌ଷ୍ଟେନ୍‌ସନ୍‌ ଅଞ୍ଚଳର ମଧ୍ୟଭାଗରୁ ଆରମ୍ଭ ହୋଇ ମୁଖ୍ୟ ନଗରୀ ମଧ୍ୟକୁ ପ୍ରବେଶ କରୁଛି। ଏହି ରୋଡ୍‌ ସୋ’ରେ ୨୫,୦୦୦ ମୋଟର୍‌ସାଇଲେ୍‌ ସାମିଲ କରାଯାଇଛି।

 

Breaking News