Report Card Odisha

| Daily Odia News

ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ,ଏଲପିଜି ସଂଯୋଗ ପାଇନଥିବା ହିତାଧିକାରୀ ପାଇବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଙ୍ଗଳବାର ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମହୋବାଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ତେବେ ବର୍ତ୍ତମାନ ଉଜ୍ଜଳା ଯୋଜନାର ଦ୍ବିତୀୟ ଖେପ୍‌ ବା ୨.୦ ଆରମ୍ଭ କରାଯାଇଛି । ଏହାର ଲାଭ କେବଳ ପୂର୍ବରୁ ଏଲପିଜି ସଂଯୋଗ ପାଇନଥିବା ହିତାଧିକାରୀ ହିଁ ପାଇପାରିବେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦ରେ ସାମିଲ ହେବା ପାଇଁ ଉର୍ଦ୍ଧିଷ୍ଟ ଓ୍ବେବ୍‌ସାଇଟ୍‌ pmuy.gov.in କୁ ଯାଇ ଆବେଦନ କରିପାରିବେ । ସୂଚନ ଅନୁସାରେ -୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ସର୍ବପ୍ରଥମେ ଦେଶର ୫ କୋଟି ବିପିଏଲ ହିତାଧିକାରୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସାମିଲ କରାଯିବାକୁ ଲକ୍ଷ ରଖାଯାଇଥିଲା । ଏହାକୁ ସଫଳତାର ସହ ପୂରଣ କରିଥିଲେ କେନ୍ଦ୍ର ସରକାର ।

କିଭଳି ଆବେଦନ କରିବେ ଜାଣି ରଖନ୍ତୁ-

ଅନଲାଇନ୍‌ ପୋର୍ଟାଲ pmuy.gov.in କୁ ଯାଇ Apply For New Ujjwala 2.0 Connection କୁ ଯାଆନ୍ତୁ |

ପେଜ୍‌ର ତଳେ ୩ଟି ଅପସନ୍ ମିଳିବ, ପ୍ରଥମଟି ଇଣ୍ଡେନ୍‌, ପରେ ଭରତ ପେଟ୍ରୋଲିୟମ ଏବଂ ତା ପରେ ଏଚ୍‌ପି|

ଆପଣଙ୍କ ସୁବିଧା ଅନୁଯାୟୀ କୌଣସି ଗୋଟିଏ ବିକଳ୍ପକୁ ଚୟନ କରି ନୂଆ ସଂଯୋଗ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ପରେ ସବ୍‌ମିଟ୍‌ କରିବେ|

ଆପଣ ଚାହିଁଲେ ଫର୍ମ ଡାଉନଲୋଡ କରି ତାହାକୁ ପୂରଣ କରି ନିକଟସ୍ଥ ଗ୍ୟାସ୍‌ ବିତରକଙ୍କ ନିକଟରେ ଜମା କରିପାରିବେ |

ଆପଣଙ୍କ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଭେରିଫାଏ କରାଯିବା ପରେ ଏଲପିଜି ଗ୍ୟାସ୍‌ ସଂଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ |

Breaking News