ରିପୋର୍ଟ କାର୍ଡ / କଟକ
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମତ୍ୟା କରିଛନ୍ତି । ଆଜି ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବିଚାରପତି କାହିଁକି ଆତ୍ମହତ୍ୟା କଲେ, କାରଣ ସ୍ପଷ୍ଟ ରହିଛି | ମିଳିଥିବା ସୂଚନା ଅନୁସାରେ- ସେ ଦୁଇ ଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିବା ବେଳେ ଆଜି ପୁଣି ଛୁଟି ନେଇଥିବା ଜଣାପଡିଛି | ସୁବାସ ଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..