ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଆଇଆର୍ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଗତକାଲି ଦିନ ସାଢେ ୧୧ଟା ସମୟରେ IRC Village N-2 ଲେନ୍ରେ ଏକ ପିକ୍ଅପ୍ ଭ୍ୟାନ୍ରେ ଆକ୍ରମଣ ପ୍ରତି ଆକ୍ରମଣରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକମାନେ ଅଭିଯୁକ୍ତ ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟିଙ୍କୁ ପିସିଆର୍ ଭ୍ୟାନ୍ରୁ ଟାଣି ଆଣି ଆକ୍ରମଣ କରିବା ସହ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା କରିଥିଲେ। ସୂଚନାଥାଉ କି, ଏହି ଘଟଣାରେ ପୋଲିସ୍ ହତ୍ୟାକାରୀ ୨ ଭାଇଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ଏହି ଘଟଣାକୁ ନେଇ ପୋଲିସ ୩ଟି ମାମଲା ରୁଜୁ କରି ସାରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି। ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ ମାମଲା ହୋଇଛି। ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଥିଲା।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….