Report Card Odisha

| Daily Odia News

ନିଜକୁ ଗୁଳି କରିଦେଲେ ASI ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସର୍ଭିସ୍‌ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଦେଲେ ଦିଲ୍ଲୀ ପୋଲିସର ଜଣେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର। ରୁମ୍‌ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।ସୂଚନା ମୁତାବକ, ମୃତ ASI ଉତ୍ତରଖଣ୍ଡର ବାସିନ୍ଦା ଥିଲେ। ୧୯୯୪ ମସିହାରେ ସେ ଦିଲ୍ଲୀ ପୋଲିସରେ ଯୋଗ ଦେଇଥିଲେ। ଆଜି ଭୋରୁ ସେ ସିଭିଲ ଲାଇନ୍ସ ବ୍ୟାରେକ୍‌ରେ ନିଜ ରୁମ୍‌ ଭିତରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସୂଚନା ପରେ କ୍ରାଇମବ୍ରାଞ୍ଚ ଏବଂ ଏଫଏସଏସ ରୋହିଣୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ତେବେ ତାଙ୍କ ମୃତଦେହ ନିକଟୁ କିମ୍ବା ରୁମ୍‌ ଭିତରୁ କୌଣସି ସୁ-ସାଇଡ୍‌ ନୋଟ ମିଳି ନାହିଁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆତ୍ମହତ୍ୟା ସମ୍ପର୍କରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତ ପୋଲିସକର୍ମୀ ଜଣକ ପାରିବାରିକ ସମସ୍ୟାକୁ ନେଇ ଦୀର୍ଘ ଦିନ ହେବ ଚିନ୍ତିତ ଥିଲେ। ଏଥିଯୋଗୁ ସେ ଏଭଳି ଭୟଙ୍କର ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

Breaking News