ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଚେତନତା ଜାରି କରାଯାଇଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ପୋଲିସ ଜିଲାବାସୀଙ୍କୁ କୌଣସି ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ନ ପଡ଼ିବାକୁ କଡ଼ା ଚେତାବନୀ ଦେଇଛି।କିଛି ଦଲାଲ କିମ୍ବା ଅସାଧୁ ବ୍ୟକ୍ତି ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି ଯୋଗାଡ଼ କରିଦେବେ ବୋଲି ମିଥ୍ୟା ପ୍ରଚାର କରୁଥିବା ନେଇ ପୋଲିସକୁ ସୂଚନା ମିଳିଛି। ଭଦ୍ରକ ପୋଲିସ ସ୍ପଷ୍ଟ କରିଛି ଯେ ହୋମଗାର୍ଡ ନିଯୁକ୍ତି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ। କୌଣସି ଦଲାଲ ଏହି ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ।ପୋଲିସ ସାଧାରଣ ଲୋକଙ୍କୁ କାହାକୁ ବି ଟଙ୍କା ନ ଦେବାକୁ ନିବେଦନ କରିଛି, କାରଣ ଏହା ଏକ ପ୍ରକାର ଦଣ୍ଡନୀୟ ଅପରାଧ। ଯଦି କେହି ଏହି ଚାକିରି ପାଇଁ ଟଙ୍କା ମାଗନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ନିମ୍ନଲିଖିତ ଫୋନ୍ ନମ୍ବରରେ ଜଣାଇବାକୁ କୁହାଯାଇଛି:ଫୋନ୍ ନମ୍ବର: ୯୪୩୮୯୧୬୩୭୦ , ୯୪୩୭୦୧୮୬୪୪ , ୯୪୩୮୯୧୬୬୦୪ , ୦୬୭୮୪- ୨୪୨୦୩୫..






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..