ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ | ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। କହିଛନ୍ତି ଏହି ଘଟଣାରେ ଏବେ ବି ତଦନ୍ତ ଜାରି ରହିଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହତ୍ୟାରେ ବ୍ୟବହୃତ ୨ ବାଇକ ଏବଂ ମାରଣାସ୍ତ୍ର ଜବତ ହୋଇଛି। ସେମାନଙ୍କ ନିକଟରୁ ୪ ମୋବାଇଲ ଫୋନ, ରକ୍ତଲଗା ପୋଷାକ ଏବଂ ୨ଟି ବ୍ୟାଗ ମିଳିଛି। ଜବତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିପାରିବ। ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ବ୍ୟକ୍ତିଗତ ଶତ୍ରୁତାରୁ ଷଡ଼ଯନ୍ତ୍ର ରଚିଥିଲା ଏବଂ ବୁଧବାର ଏହି ହତ୍ୟାକାଣ୍ଡ ଭିଆଇଥିଲା । ନିକଟରେ ଲକ୍ଷ୍ମୀଧରର ପତ୍ନୀ ଲିପିକା ଜେଲରୁ ଫେରିଥିଲା। ଡିସିପି ପିନାକ ମିଶ୍ର କହିଛନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବା ପାଇଁ ଗତ ୭ ତାରିଖ ଦିନ ଯୋଜନା କରିଥିବାଲେ | ହତ୍ୟା ପାଇଁ ଘଟଣାସ୍ଥଳକୁ ୨ଟି ବାଇକ୍ରେ ଆସିଥିଲେ। ଗୋଟିଏ ବାଇକ୍ରେ ମୁଖ୍ୟ ଅଭିଯୁକ୍ତ ଦଂପତି ବସିଥିବା ବେଳେ ଆଉ ଗୋଟିଏ ବାଇକ୍ରେ ଅନ୍ୟ ୩ ଜଣ ଅଭିଯୁକ୍ତ ଆସିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା ମାମଲାରେ କମିସନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍ ଗୁରୁବାର ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ନେଇ ଦୟାନଦୀ କୂଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……