Report Card Odisha

| Daily Odia News

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନାଁରେ ମାମଲା ରୁଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ ତେଲେଙ୍ଗାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ପୋଲିସ ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ହାଇଦ୍ରାବାଦ ସିଟିରେ ଥିବା ଜୁବଲି ହିଲ୍ସ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଶ୍ରୀ ଶର୍ମାଙ୍କ ନାଁରେ ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି। କିଛି ଦିନ ତଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବାକୁ ଯାଇ ହିମନ୍ତ ବିଶ୍ୱଶର୍ମା ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ଏଫଆଇଆର କରାଯାଇଥିଲା। ଏହିକ୍ରମରେ ସୋମବାର ତେଲେଙ୍ଗାନାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ଜୁବଲି ହିଲ୍ସ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ ପତ୍ର ଦେଇଥିଲେ। ସେ ଅପରାଧିକ ମାମଲା ରୁଜୁ କରିବା ସହ ମୁଖ୍ୟମନ୍ତ୍ରୀ ଶର୍ମାଙ୍କୁ ଗିରଫ କରିବାକୁ ଦାବି ବି କରିଥିଲେ। ସେ କହିଥିଲେ ଯେ “ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ଜଣେ ମହିଳାଙ୍କ ପ୍ରତି ଅପମାନ। ଜାତୀୟ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ କାହିଁକି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉନାହାନ୍ତି| ବିଜେପି ତୁରନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ ଥିଲା। ହେଲେ ବିଜେପି ତାଙ୍କ ବୟାନକୁ ସମର୍ଥନ କରୁଛି। କିଛି ଲୋକ କହୁଛନ୍ତି ଶର୍ମାଙ୍କ ବୟାନ ଗାନ୍ଧି ପରିବାର ପ୍ରତି ଅପମାନ। ହେଲେ ସେ ଦେଇଥିବା ବୟାନ ଦେଶର ସବୁ ମହିଳାଙ୍କୁ ଅପମାନିତ କରିଛି। ଆମ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ମାମଲା କରିବା ଦରକାର।”

 

 

Breaking News