ରିପୋର୍ଟ କାର୍ଡ / କୋରାପୁଟ
୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ଏ. ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମିଲ୍ ମାଲିକଙ୍କୁ ପୋଲିସ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ରମେଶଙ୍କୁ ଅପହରଣ କରିଥିଲା ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିଲା। ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକେ କହିଥିଲେ କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..