ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ଆଜି ଏକ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମହିଳା ପୋଲିସ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୯ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।ଖବର ପାଇ ତୁରନ୍ତ ସ୍ଥାନୀୟ ପୋଲିସ ପହଞ୍ଚି ଆହତ ମହିଳା ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..