ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ସୋପୋରେ ସହରରେ ଆତଙ୍କବାଦୀଙ୍କ ଆକ୍ରମଣ। ବୈଠକ ଚାଲୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୋଲିସ କର୍ମଚାରୀ ଏବଂ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ ଘଟିଛି । ବୈଠକ ପାଇଁ କାଉନସିଲରମାନେ ଏକତ୍ରିତ ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପିଏସ୍ଓଙ୍କ ନାମ ମୁସ୍ତାକ ଅହମ୍ମଦ ବୋଲି କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ଏହି ଘଟଣାରେ କାଉନସିଲର ରିଆଜ୍ ଅହମ୍ମଦଙ୍କର ମୃତ୍ୟୁ ଘଟିଛି। ବିଡ଼ିସି ଅଧ୍ୟକ୍ଷା ଫରିଦା ଖାଁ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲଭେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଅଚାନକ ବୈଠକ ହେଉଥିବା ଡାକବଙ୍ଗଳାରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ବାଇକ୍ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..