ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅମାନିଆଙ୍କୁ ଧରିବ ସିସିଟିଭି | ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି | ସଂକ୍ରମଣ ବଢ଼ୁଥିବା ବେଳେ କରୋନା ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । କରୋନା ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ୍ କରିବାକୁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ସିସିଟିଭି ଆଧାରରେ ଅମାନିଆଙ୍କ ଠାରୁ ପୋଲିସ ଫାଇନ୍ କାଟିବ । ନିୟମ ଉଲ୍ଲଘଂନ ହେଉଥିଲେ ସିସିଟିଭି ଆଧାରରେ ପୋଲିସ ସେଠାରେ ପହଂଚିବ । ନୂଆ ନିୟମ ଅନୁସାରେ ଫାଇନ କାଟିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଗତକାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଲୋକେ ଏବେ ବି ସଚେତନ ନହୋଇ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳୁଛି । ମହମାରୀକୁ ହରାଇବାକୁ ହେଲେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ।
More Stories
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..