ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାପାଇଁ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି | ଏହି ସମାରୋହରେ ସମସ୍ତ ମନ୍ତ୍ରୀ, ନେତା ଓ କ ହଜାର ହଜାର ଦଳୀୟ କର୍ମୀ ଏକାଠି ହୋଇ ନବୀନଙ୍କୁ ସ୍ୱାଗତ କରିଛନ୍ତି | ନବୀଙ୍କ ଏଭଳି ଆଚିବ ମେଣ୍ଟ ୨୦୨୪ ନିର୍ବାଚନରେ ବେଶ କିଛି ପ୍ରଭାବ ପକାଇବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି | ସେପଟେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିଫଳତା କୁ ପଦାକୁ ଆଣି କାଉଣ୍ଟର କରିଛି | ଗୋଟିଏ ପଟେ ବିଜେଡି ପକ୍ଷରୁ ନବୀଙ୍କ ସମାବେଶ ଚାଲିଥିବା ବେଳେ ବିଜେପିର NCRB ରିପୋର୍ଟକୁ ନେଇ ତାତିଛି | ରାଜ୍ୟରେ ମହିଳା ସୁରକ୍ଷିତ ନଥିବା ଦାବିକରି ବିଜେପି ରାଜଭବନ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛି | ବିଜେପି ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଗସ୍ତରେରହି ବିଜେପିର ସଂଗଠନ ଓ ୨୦୨୪ ନିର୍ବାଚନ ରଣନୀତି ନେଇ ପଦାଧିକାରୀ ବୈଠକ କରିଛନ୍ତି | ଗୋଟିଏ ଦିନରେ ବିଜେଡି ଗ୍ରାଣ୍ଡ ସେଲିବ୍ରେସନ କରି ନିଜର ସ୍ଥିତି ବଜାୟୀ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ଭଣ୍ଡୁର କରିବାକୁ ବିଜେପି ପ୍ଲାନ କରିଥିବା ଜଣାପଡୁଛି | ଦୁଇ ଦଳ ମଧ୍ୟରେ ଏଭଳି ସ୍ଥିତି ଦେଖି ଲାଗୁଛି ରାଜ୍ୟରେ ଛକା ପଞ୍ଝା ରାଜନୀତି ଚାଲିଛି |






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..