ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ ଜୀବିତ ଅଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ଜାରି କରି ପୁନମ୍ ଫ୍ୟାନ୍ସ ମାନଙ୍କୁ ଜୀବିତ ଥିବା ସୂଚନା ଦେଇଛନ୍ତି । ଜରାୟୁ କର୍କଟରେ ପୀଡିତ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହି ରୋଗରୁ ସଚେତନ ରହିବା ପାଇଁ ଏପରି ପୋଷ୍ଟ କରିଥିବା କହିଛନ୍ତି ପୁନମ୍ । ଶୁକ୍ରବାର ଫେବୃଆରୀ ୨ରେ ପୁନମ୍ଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯଦିଓ ଫ୍ୟାନ୍ସ ମାନେ ଏହାକୁ ବିଶ୍ୱାସ କରିପାରୁନଥିଲେ କିନ୍ତୁ ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଆଗକୁ ଆସି ତାଙ୍କ ମୃତ୍ୟୁ ଖବରକୁ ମିଥ୍ୟା ଘୋଷଣା କରିଛନ୍ତି । ପୁନମ ନିଜେ ହିଁ ତାଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପ୍ରଚାର କରିଥିଲେ ।
More Stories
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଅଭିନେତାଙ୍କୁ ହତ୍ୟା ଧମକ……