ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛାତ ଖସି ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗୁରୁଗାଓଁରେ । ଏଠାରେ ଥିବା ସାଇବର ସିଟିର ଏକ ନିର୍ମାଣାଧିନ ଛାତ ଖସି ପଡିଛି । ଅଗ୍ନିଶମ ବାହିନୀ ଓ ପୋଲିସ କର୍ମୀ ଉଦ୍ଧାରକାର୍ଯ୍ୟରେ ଲାଗି ପଡିଛନ୍ତି । ସୂଚନା ଅନୁସାରେ, ସହରର ସେକ୍ଟର ୧୦୯ରେ ଥିବା ସାଇବର୍ ସିଟି ବ୍ଲକ୍ ଡିରେ ଏକ ଘର କାମ ଚାଲୁଥିଲା । ଏହି ସମୟରେ ହଠାତ ଛାତ ଖସି ପଡିଥିଲା । ଫଳରେ ୬ ମହଲାରୁ ତଳ ମହଲା ଯାଏଁ ସବୁ ଘର କ୍ଷତି ଗ୍ରସ୍ତ ହୋଇଥିଲା । କିଛି ଘରେ ବସବାସ କରଥିବା ଲୋକେ ଆହତ ହୋଇଥିବା ଜଣାପଡିଛି । ଆଉ କିଛି ଭଗ୍ନାବଶେଷ ତଳେ ରହି ଯାଇଛନ୍ତି । ଅଘଟଣରେ ଜଣେ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସେ ବ୍ୟକ୍ତିଗତ ଭାବେ ଘଟଣା ଉପରେ ନଜର ରଖିଛନ୍ତି । ଦୁର୍ଘଟଣା କେଉଁଥି ପାଇଁ ଘଟିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଶସ୍ତା ଓ ନିମ୍ନ ମାନର ସାମଗ୍ରୀରେ ଘର ତିଆରି ଚାଲିଥିବାରୁ ଏପରି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ବିଲ୍ଡିଂରେ ରହୁଥିବା ଲୋକେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି ।






More Stories
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……