ରିପୋର୍ଟ କାର୍ଡ / ଯାଜପୁର
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରି ଫଳଫଳ ପ୍ରକାଶ ପଇସାରିଛି। କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳୁଛି | କେଉଁଠି ନିର୍ବାଚନ ପୂର୍ବରୁ ପାର୍ଥୀ ଭୋଟ ହାତେଇବା ପାଇଁ ଲୋକଙ୍କୁ ଦେଇଥିବା ଟଙ୍କା ଠାରୁ ଆରମ୍ଭ କରି ମଦ ମାଂସ ପରାଜୟ ପରେ ଫେରାଇବାକୁ ବାଧ୍ୟ କରୁଛନ୍ତି | ଆଉ କେଉଁଠି ଗୋଷ୍ଠୀ କନ୍ଦଳ, ଫୁଟୁଛି ବୋମା, ଆଉ କେଉଁଠି ଟେକାପଥର ମାଡ ହେଉଛି | ଏହାରି ମଧ୍ୟରେ ଯାଜପୁରରେ କମେଣ୍ଟମରାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ । ଏହି ସଂଘର୍ଷରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳପୁର ଥାନା ବଣସାହିରେ ବିଳମ୍ବିତ ରାତିରେ ଏହି ସଂଘର୍ଷ ସହିତ ଭଙ୍ଗାରୁଜା ହୋଇଥିଲା । ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କୁ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହୋଇଥିଲା । ତେବେ ଗଣ୍ଡଗୋଳରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବିଜୟ ଲାଭ କରିଛି ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..