ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି | ୟୁକ୍ରେନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର କରିଛନ୍ତି ଭାରତ ସରକାର | ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ । ଗତକାଲି ବିଳମ୍ବିତ ରାତିରୁ ପର୍ଯ୍ୟାୟକ୍ରମେ ୪ଟି ବାୟୁସେନା ବିମାନରେ ଭାରତୀୟଙ୍କୁ ଅଣାଯାଇଛି ଥିବା ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ବାୟୁସେନାରେ ପ୍ରଥମ ବିମାନ ବୁଖାରେଷ୍ଟରୁ ୨୦୦ ଯାତ୍ର୍ରୀଙ୍କୁ ନେଇ ବୁଧବାର ଦିନ ବିଳମ୍ବିତ ରାତି ୧ଟା ୩୦ରେ ହିଣ୍ଡନ ବାୟୁସେନା ବେସରେ ପହଞ୍ଚିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ସେମାନଙ୍କୁ ସ୍ୱାଗତ କରିଥିଲେ । ବାୟୁସେନାର C-17 ପରିବହନ ବିମାନରେ ଦେଶକୁ ଫେରିଛନ୍ତି ଭାରତୀୟ । ତେବେ ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ କରିବାର ୭ ଦିନ ଭିତରେ ୧୦ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ପଳାୟନ କରିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..