Report Card Odisha

| Daily Odia News

ଆସିଲା ଶ୍ୱେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସଫ୍ଟୱେୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟରେ ଉଲ୍ଲେଖ ଅଛି। ଏହା ମଧ୍ୟ ଉଲ୍ଲେଖ ରହିଛି କି ଶ୍ୱେତାଙ୍କ ବେକ ବ୍ୟତିତ ଶରୀରରେ ଅନ୍ୟ କେଉଁଠି କ୍ଷତଚିହ୍ନ ନାହିଁ | ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶନିବାର ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୋଲିସ କୁ ଖବର ଦେଇଥିଲେ। ଏହା ପରେ ପୋଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇ କବାଟ ବାଡ଼େଇ ଭାଙ୍ଗିଥିଲା। ଏହାପରେ ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ଏହାପରେ ପୋଲି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

 

 

Breaking News