ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ ହେବା ପରେ ନୂଆ ନିୟମ ଲାଗୁ କରୁଛନ୍ତି | ଏହା ଭିତରେ ଟ୍ୱିଟର୍ରେ ବ୍ଲୁ ଟିକ୍କୁ ନେଇ ପୁଣି ଏକ ନୂଆ ଯୋଜନାରେ ରୋକ ଲାଗିଛି। ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଏଲନ୍ ମସ୍କ। ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ବୋଲି ସେ କହିଛନ୍ତି। ପୂର୍ବରୁ ଏଲନ୍ ମସ୍କ ଟ୍ୱିଟର୍କୁ କିଣିବା ପରେ ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ବ୍ଲୁ ଟିକ୍ ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଏବେ ଏହି ସ୍କିମ୍ ବନ୍ଦ ରହିବ ବୋଲି ଟ୍ୱିଟ୍ କରି ଘୋଷଣା କରିଛନ୍ତି ଏଲନ ମସ୍କ। ନକଲି ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର୍ୟ୍ୟନ୍ତ ଏହି ସ୍କିମ୍ ବନ୍ଦ ରହି ବୋଲି କମ୍ପାନୀ କହିଛି। କୁହାଯାଉଛି, ବ୍ଲୁ ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ। ନିକଟ ଅତୀତରେ ମସ୍କ ଘୋଷଣା କରିଥିଲେ ଯେ ନଭେମ୍ବର ୨୯ରୁ ବ୍ଲୁ ଟିକ୍ ସବ୍ସ୍କ୍ରିପସନ୍ ଯୋଜନା ଆରମ୍ଭ ହୋଇଯିବ। ସୋମବାର ମସ୍କ ପୁଣି ଭିନ୍ନ ଘୋଷଣା କରିଥିବାରୁ ଏହାକୁ ଆରମ୍ଭ କରିବାକୁ ଆହୁରି ସମୟ ଲାଗିବ ବୋଲି ସ୍ପଷ୍ଟ ହୋଇଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..