ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବର କ୍ଲବ ନିର୍ବାଚନ ଫଳାଫଳ ଆସିଯାଇଛି। ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ(ଓଇଆର୍ସି)ର ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇଛନ୍ତି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……