Report Card Odisha

| Daily Odia News

ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତିନିବାରଣ ବିଭାଗ ତଦନ୍ତ କରିବା ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କର ଫେବ୍ରୁଆରି ୩, ୨୦୨୧ ଆଦେଶନାମା ଉପରେ ସୁପ୍ରିମ୍‌କୋର୍ଟ ୨୩ ଏପ୍ରିଲ ୨୦୨୧ରେ ରହିତାଦେଶ ଜାରି କରିଥିଲେ। ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଅଜୟ ରସ୍ତୋଗି ଏବଂ ବିଚାରପତି ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟବହିର୍ଭୂତ ସମ୍ପତ୍ତି ମାମଲାର ଭଜିଲାନ୍ସ ତଦନ୍ତ ଲାଗି ଭିଜିଲାନ୍ସ ବିଭାଗ ଦ୍ବାରା ଲୋକାୟୁ୍କ୍ତଙ୍କ ନିକଟରେ ପିଟିସନ ଦାଖଲ କରାଯିବା ପରେ ଲୋକାଯୁକ୍ତ ଡିସେମ୍ବର ୧୧, ୨୦୨୦ରେ ଭିଜିଲାନ୍ସକୁ ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗର ପ୍ରାଥମିକ ତଦନ୍ତ ନ କରି ଲୋକାୟୁକ୍ତ ଅଭିଯୋଗକାରୀଙ୍କୁ କିପରି ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ବୋଲି ତାହାକୁ ଚ୍ୟାଲେଂଜ କରି ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ ବୋଲି କହି ଲୋକାୟୁକ୍ତ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍‌ କରି ଲୋକାୟୁକ୍ତଙ୍କ ଦ୍ବାରା ସୁପ୍ରିମ୍‌କୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରାଯାଇଥିଲା। ଏହାପରେ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ।

Breaking News