ରିପୋର୍ଟ କାର୍ଡ / ଭଦ୍ରକ
ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତଥା ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ଇଡି ପ୍ରଫୁଲ୍ଲ ସାମଲ ଙ୍କ ଭଦ୍ରକସ୍ଥିତ ଘରେ ଚଢ଼ାଉ କରିଥିଲା | ଆଜି ପୁଅ ପ୍ରୟାସକାନ୍ତି ସାମଲଙ୍କର ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ଜବତ କରିଛି ଇଡି ଟିମ୍ । ଉଲ୍ଲେଖ ଯୋଗ୍ୟ-ବରପଦା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୨୦କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ଇଡି ଟିମ୍ ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍ କରିଥିଲେ। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା। ପ୍ରୟାସକାନ୍ତି ସାମଲଙ୍କ ଘରୁ ଇଡି ଟିମ୍ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର ଗାଡ଼ି ଜବତ କରିଛି। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତ୍ରିଷ୍ଣା ସ୍କାଏ ସ୍କାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ଜଣାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। ପ୍ରୟାସକାନ୍ତିର ଏହି ସଂସ୍ଥା ସହ ବେଶ୍ ଘନିଷ୍ଠ ସମ୍ପର୍କ ଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..