Report Card Odisha

| Daily Odia News

ଭାରତ ଫେରିବେ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଜ ଘରର ଚାକରାଣୀଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବନ୍ନା ସଂପ୍ରତି ଜର୍ମାନୀରେ ଆତ୍ମଗୋପନ କରିଛନ୍ତି। ତାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ବର୍ତ୍ତମାନ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସାଂସଦ ରେବନ୍ନା ଆଜି ଜାରି କରିଥିବା ଭିଡିଓ ବାର୍ତ୍ତାରେ କହିଛନ୍ତି। ସେ ମେ ୩୧, ଶୁକ୍ରବାର ଭାରତ ଫେରିବେ ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତଦନ୍ତରେ ସହଯୋଗ କରିବେ। ନିର୍ଦ୍ଧାରିତ ଦିନ ସକାଳ ୧୦ଟାରେ ସେ ଏସ୍‌ଆଇଟି ସମ୍ମୁଖରେ ନିଶ୍ଚିତ ଉପସ୍ଥିତ ରହିବେ। ବିଚାରବିଭାଗ ପ୍ରତି ତାଙ୍କର ଆସ୍ଥା ରହିଛି। ତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲାରୁ ସେ କୋର୍ଟଙ୍କ ଦ୍ବାରା ମୁକୁଳି ଆସିବେ ବୋଲି କହିଛନ୍ତି।

Breaking News