ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଓଡିଶା ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ | ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇଛନ୍ତି । ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା। ଆଜି ପ୍ରମୋଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି | ଭାରତୀୟ ହକିଦଳର ଅମିତ ରୋହିଦାସ- ବୀରେନ୍ଦ୍ର ଲାକ୍ରା ଙ୍କୁ ଅର୍ଜୁନ ପୁରଷ୍କାରପ୍ରଦାନ କରିଛନ୍ତି ରାଷ୍ଟ୍ରପତି | ମୋଟ ୧୨ଜଣ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରମାଦ ଭଗତଙ୍କୁ ୨୦୨୧ ପାରା ଅଲିମ୍ପିଆନ୍ ରେ ସ୍ବର୍ଣ୍ଣ ପଦକ ପାଇଁ ଖେଳରତ୍ନ ପୁରସ୍କାର ମିଳିଛି | ସେହପରି ଟୋକିଓ ଅଲିମ୍ପିକ୍ସରେ ସର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଖେଳରତ୍ନ ପାଇଥିବା ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ଓ ହକି ଖେଳାଳି ମନପ୍ରୀତ ସିଂ ରହିଛନ୍ତି । ଅର୍ଜୁନ ପୁରସ୍କାର ମଧ୍ୟରେ ଅଛନ୍ତି କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….