ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର ହେଭିୱେଟ ନେତାମାନଙ୍କ ମଧ୍ୟରେ ଲଢ଼େଇ ହେଉଛି |ସମ୍ବଲପୁରଠାରେ ଦେଖିବାକୁ ମିଳିଛି ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡିକର ଥାଳ ଉଠା ନୀତି ସମ୍ପନ୍ନ ସହିତ ମାସାଧିକକାଳ ପ୍ରାକ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇଥିଲା | ଥାଳ ଉଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶିବ ଓ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଜେପିର ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ବିଜେଡିର ଇଂ ରୋହିତ ପୂଜାରୀ ପହଞ୍ଚିଥିଲେ। ବାଲୁଙ୍କେଶ୍ୱର ମନ୍ଦିରକୁ ପ୍ରବେଶ କରିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ସାମ୍ନାସାମ୍ନି ହୋଇଥିବାବେଳେ ଉଭୟେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଆଲିଙ୍ଗନ କରିଥିଲେ। ଗଣତନ୍ତ୍ରରେ ଏହି ମନମୋହକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..