ରିପୋର୍ଟ କାର୍ଡ / ବିହାର
ଦିନେ ପ୍ରେମିକାଙ୍କ ଘର ଆଗରେ ଘର କରିବେ ବୋଲି କହିଥିଲେ ପ୍ରେମିକ | ସତରେ ସବୁଦିନ ପାଇଁ ପ୍ରେମିକାଙ୍କ ଘର ଆଗରେ ଘରକରି ରହିଗଲେ ଦରଦୀ ପ୍ରେମିକ | ଏଭଳି ଏକ ଘଟଣା ଯାହାକି ହୃଦୟ ବିଦାରକ | ବିହାର ମୁଜଫରପୁରରେ ଜଣେ ଯୁବକକୁ ନିର୍ମମ ହତ୍ୟା ମାମଲା ସାମ୍ନାକୁ ଆସିଛି। ଯୁବକଙ୍କୁ ବାଡି ଓ ଲୁହା ରଡରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହିତ ତାଙ୍କ ପ୍ରାଇଭେଟ ପାର୍ଟ ମଧ୍ୟ କାଟି ଦିଆଯାଇଛି। ମାମଲା ଜିଲ୍ଲାର କାଣ୍ଟି ଥାନା ଅନ୍ତର୍ଗତ ସୋନଭର୍ସା ଗାଁର। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ପରିବାର ଘରୁ ଫେରାର ହୋଇଯାଇଛନ୍ତି। ଏହା ପରେ ଉତ୍ତେଜିତ ଲୋକେ ଅଭିଯୁକ୍ତ ଘର ସମ୍ମୁଖରେ ମୃତ ଯୁବକଙ୍କ ଦାହ ସତ୍କାର କରିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାନୁସାରେ, ରେପୁରା ବାସିନ୍ଦା ମନୀଷ କୁମାରଙ୍କ ପୁଅ ସୌରଭଙ୍କର ସୋନଭର୍ସା ଗାଁର ଜଣେ ଯୁବତୀଙ୍କ ସହ ବର୍ଷେ ହେଲା ପ୍ରେମ ସମ୍ପର୍କ ଥିଲା। ଯୁବତୀଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ସ୍ୱୀକାର କରିନଥିଲେ। କିଛି ମାସ ପୂର୍ବରୁ ଯୁବତୀଙ୍କ ପରିବାର ଲୋକ ସୌରଭଙ୍କୁ ମାଡ ମାରିଥିଲେ ଓ ପଞ୍ଚାୟତ ମଧ୍ୟ ବସିଥିଲା। ସେଥିପାଇଁ ସୌରଭଭଙ୍କ ପିତା ତାଙ୍କୁ ବାହାରକୁ ପଠାଇ ଦେଇଥିଲେ। ଭଉଣୀର ବିବାହ ପାଇଁ ସୌରଭ ଗାଁକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସୌରଭ ହଠାତ୍ ଯୁବତୀଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଚାଲିଯାଇଥିଲେ। ସୌରଭଙ୍କୁ ଦେଖି ଯୁବତୀଙ୍କ ପରିବାର ସଦସ୍ୟ କ୍ରୋଧିତ ହୋଇଯାଇଥିଲେ। ଯୁବତୀଙ୍କ ପରିବାର ସଦସ୍ୟ ସୌରଭଙ୍କୁ ବାଡ଼ି ଓ ଲୁହା ରଡ଼ରେ ପିଟିଥିଲେ ଯେଉଁଥିପାଇଁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ଅଭିଯୁକ୍ତମାନେ ସୌରଭଙ୍କ ପ୍ରାଇଭେଟ ପାର୍ଟକୁ କାଟି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।






More Stories
ସାଙ୍ଗକୁ ଖାଇବାକୁ ଡାକି ଗୁଳି କଲେ……
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା: ପୂର୍ବତନ ବିଧାୟକ-ମେୟରଙ୍କ ସମେତ ୧୨ ଗିରଫ…..
ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ…..